April 16, 2024

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣାଙ୍କ ୭୪ ବର୍ଷରେ ପରଲୋକ

1 min read

ଆଓରି-ଭୁବନେଶ୍ଵର(୦୧/୦୬) : ବିଶିଷ୍ଟ ତଥା ଲୋକପ୍ରିୟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ ଓଡ଼ିଆ କଳାକାର ଜଗତର ଅନେକ ନାମୀ ଦାମୀ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଅକ୍ଷୟଙ୍କ ବାସଭବନରେ ପହଞ୍ଚିଛନ୍ତି । ସମସ୍ତେ ଖୋକା (ଅକ୍ଷୟ) ଭାଇଙ୍କ ପତ୍ନୀ ପ୍ରବୀଣାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଖୋକା ଭାଇଙ୍କୁ ମଧ୍ୟ ମନେପକାଇ କାନ୍ଦିଥିଲେ ।

ଗତକାଲି (ଶୁକ୍ରବାର) ରାତିରେ ପ୍ରବୀଣା ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ସେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ ହସ୍ପି‌ଟାଲ ନିଆଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମରଶରୀରକୁ କଟକ ଶେଖବଜାର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.