କଳା ଓ ସଂସ୍କୃତି

ମାଲକାନଗିରିରେ ଅକ୍ଷୟତୃତୀୟା ଉତ୍ସବ ଓ ଜୟଦେବଜୟନ୍ତୀ

ଆଓରି(ତା୧୯|୪)-  ପବିତ୍ର ଅକ୍ଷୟତୃତୀୟା ଉତ୍ସବ ଓ ଜୟଦେବ ଜୟନ୍ତୀ ମାଲକାନଗିରି ଏମଭି୨ଗ୍ରାମ ନିକଟରେ ଥିବା କୃଷିଉପନିର୍ଦେଶକ ଙ୍କ କାର୍ଯ୍ୟାଳୟ ପରିଷରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହି ଅବସରରେ  ମାଲାକନଗିରି ବିଧାୟକ ମାନସମାଡକାମି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଅତିଥି ଭାବେ ଯୋଗଦେଇ ଅକ୍ଷିମୁଠି ବୁଣି ହଳଲଙ୍ଗଳ ଧରି ବଳଦ ଗୋଡାଇ ଜମିରେ ହଳକରିବା ଦୃଶ୍ୟକୁ ଜନସାଧାରଣ ଉପଭୋଗକରିଥିଲେ,ଜିଲ୍ଲାକୃଷିବିଭାଗ ପକ୍ଷରୁ ଆୟୋଜିତ ଅକ୍ଷୟତୃତୀୟା ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାସୁଚନାଲୋସଂପର୍କ ଅଧିକାରୀ ଅମିୟକୁମାର ସାହୁ,ଜିଲ୍ଲାକୃଷି ଉପନିଦେ୍ର୍ଦଶକ ପ୍ରଦୀପକୁମାର ଦେଓ,ଜିଲ୍ଲାକୃଷିଅଧିକାରୀ କୈଳାଶଚନ୍ଦ୍ର ସ୍ୱାଇଁ,ହକାରି କୃଷିଅଧିକାରୀ ମନସ୍ୱିନୀ ମହାପାତ୍ର,ଫିରୋଜକୁମାର ବିଡିକା ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାଷୀ ମାନେ ଯୋଗଦେଇଥିଲେ, ଏହି ଅବସରରେ ମାଲକାନଗିରି ଜିଲ୍ଲାର କେତଜଣ ସଫଳଚାଷୀଙ୍କୁ ପୁରସ୍କାର ଓ ମାନପତ୍ର ଦିଆ ଯାଇଥିଲା,ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଚଂଳରୁ ଚାଷି ଯୋଗଦେଇ ସେମାନଙ୍କ ଅଚଂଳର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ । ଜିଲ୍ଲାର କାଲିମେଳା, ପଡିଆ,ଚିତ୍ରକୋଣ୍ଡା, ମାଥିଲି, କୋରକୁଣ୍ଡା,ଖଇରପୁଟ,ମାଲକାନଗିରି ସାତଟି ଯାକ ବ୍ଲକ ଓ  କୃଷିବିଭାଗ ପକ୍ଷରୁ ଅକ୍ଷୟତୃତୀୟା ଦିବସ ପାଳିତ ହୋଇ ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button