ଜାତୀୟ

ଅଜିତ୍ ଡୋଭାଲଙ୍କୁ କ୍ୟାବିନେଟ୍ ରାଙ୍କ୍ ପ୍ରଦାନ କଲେ ମୋଦି ସରକାର

ଆଓରି-ନୂଆଦିଲ୍ଲୀ(୦୬/୦୩) : ଅଜିତ୍ ଡୋଭାଲଙ୍କୁ କ୍ୟାବିନେଟ୍ ରାଙ୍କ୍ ପ୍ରଦାନ କରିଛନ୍ତି ମୋଦି ସରକାର । ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ଯୋଗଦାନକୁ ସ୍ୱୀକାର  କରି କେନ୍ଦ୍ର ସରକାର ଏନଏସଏ ଅଜିତ ଡୋଭାଲଙ୍କୁ କ୍ୟାବିନେଟ୍ ରାଙ୍କ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ପାଞ୍ଚ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ସେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ରହିବେ । କ୍ୟାବିନେଟ୍ ପାହ୍ୟା ମିଳିବା ପରେ ଏନଏସଏ ଅଜିତ ଡୋଭାଲଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ସୁବିଧା ସୁଯୋଗ ମିଳିପାରିବ ।

ଅଜିତ ଡୋଭାଲ ଭାରତର ଜଣେ ଦକ୍ଷ ସୁରକ୍ଷା ପରାମର୍ଶଦାତା ଭାବେ ପରିଚିତ । ଉରି ଏବଂ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ଦେଶ ବାହାରେ ଆତଙ୍କବାଦୀଙ୍କ କବଜାରେ ଥିବା ଭାରତୀୟଙ୍କୁ ମୁକୁଳାଇବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button