ରାଜନୀତି

ତାଜମହଲ ଭାଙ୍ଗିବାକୁ ଆଦିତ୍ୟନାଥଙ୍କୁ ସମର୍ଥନ ଜଣାଇଲେ ଆଜମ ଖାଁ

ଆଓରି-ନୂଆଦିଲ୍ଲୀ(୨୯/୬):ରାଣୀ ମୁମତାଜଙ୍କ ସ୍ମୃତିରେ  ମୋଗଲ ସମ୍ରାଟ ଶାହାଜାନଙ୍କ ନିର୍ମିତ  ଆଗ୍ରାର ବିଶ୍ୱପ୍ରସିଦ୍ଧ ଐତିହ୍ୟ ତାଜମହଲକୁ ଭାଙ୍ଗିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ  ସାମିଲ ହେବାକୁ ପ୍ରସ୍ତୁତ ବୋଲି ସମାଜବାଦୀ ପାର୍ଟି ନେତା ଆଜମ ଖାଁ କହିଛନ୍ତି। ଆଦିତ୍ୟନାଥଙ୍କ କହିବା ଅନୁଯାୟୀ ତାଜମହଲ ଅତୀତରେ ଏକ ଶିବ ମନ୍ଦିର ଥିଲା। ତେଣୁ ତାଜମହଲକୁ ଭାଙ୍ଗିବା ପାଇଁ ଆଦିତ୍ୟନାଥ ଯଦି ଉଦ୍ୟମ କରନ୍ତି ତେବେ ସେ ତାଙ୍କର ସାଥୀରେ ସାମିଲ ହେବାକୁ ପ୍ରସ୍ତୁତ ବୋଲି ଆଜମ ଖାଁ କହିଛନ୍ତି। ଏପରି କି ନିଜ ସହିତ ପ୍ରାୟ ୨୦ହଜାର ସହଯୋଗୀଙ୍କୁ ସାଥୀରେ ନେଇ ଯିବେ ବୋଲି ସେ କହିଛନ୍ତି। ତାଜମହଲ ଭାଙ୍ଗିବା ପାଇଁ ଆଦିତ୍ୟନାଥଙ୍କ ନେତୃତ୍ୱକୁ ସମର୍ଥନ ଜଣାଇବାରେ କୌଣସି ଆପତ୍ତି ନାହିଁ ବୋଲି ଆଜମ କହିଛନ୍ତି। ଗତ ମାର୍ଚ୍ଚରେ ହିନ୍ଦୁ ମହାସଭା ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ତାଜମହଲକୁ ‘ତେଜୋ ମହାଳୟା ଶିବ ମନ୍ଦିର’ ବୋଲି ଲେଖାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button