ବାୟୁ ପ୍ରଦୂଷଣରୁ ସାମାନ୍ୟ ମୁକ୍ତି ପାଇଲେ ଦିଲ୍ଲୀବାସୀ
1 min read
ଆଓରି-ନୂଆଦିଲ୍ଲୀ(୦୬/୧୧) : ଦିଲ୍ଲୀରେ ବାୟୁର ମାନରେ ଆଜି (ବୁଧବାର) ସକାଳେ ଉନ୍ନତି ପରିଲକ୍ଷିତ ହୋଇଛି। ଫଳରେ ଗତ ଏକ ସପ୍ତାହ ଧରି ଲୋକମାନେ ବାୟୁ ପ୍ରଦୂଷଣ ଯୋଗୁଁ ଭୋଗୁଥିବା ଅସୁବିଧାରୁ ସାମାନ୍ୟ ମୁକ୍ତି ପାଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷର ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ ବାୟୁ ମାନ ସୂଚକାଙ୍କ ୨୬୦ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଖରାପ ସ୍ତର ନୁହେଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ କାନପୁର ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଥିବା ବେଳେ ତାହା ପରକୁ ଲକ୍ଷ୍ନୌ ରହିଛି। ଗରମ ପଦାର୍ଥ ମିଶ୍ରଣ କାରଖାନା ଓ ପଥର ଗୁଣ୍ଡ କରାଯାଉଥିବା କାର୍ଯ୍ୟକୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ଶୀତଋତୁରେ ଆତଶବାଜୀ ଫୁଟାଯିବାକୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯାଇଛି।
ବାୟୁ ପ୍ରଦୂଷଣ ମାମଲାରେ ୧୬୬ ଜଣ କୃଷକଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। କେବଳ ମୁଜାଫରନଗରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଭିନ୍ନ ଶିଳ୍ପ କାରଖାନା ଓ ଇଟାଭାଟି ଉପରେ ୧କୋଟିରୁ ଅଧିକ ଟଙ୍କାର ଜୋରିମାନା ଲାଗୁ କରିଛି। ଦେଶର ଉତ୍ତରଭାଗରେ ବାୟୁ ପ୍ରଦୂଷଣ ଯୋଗୁଁ ଉପୁଜିଥିବା ପରିସ୍ଥିତି ଉପରେ କେନ୍ଦ୍ର ସରକାର ନିରନ୍ତର ନଜର ରଖିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ପଶ୍ଚିମ ଭାରତର କିଛି ଭାଗରେ ଘୂର୍ଣ୍ଣିବାତ୍ୟା ପରିସ୍ଥିତିର ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏହା ପରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କ’ଣ ଅଗ୍ରଗତି ଘଟିଛି, ତାହାର ସମୀକ୍ଷା କରିଛନ୍ତି। ପଞ୍ଜାବ ଓ ହରିଆଣାରେ ଏବେ ମଧ୍ୟ କୃ