May 19, 2024

ଘନ କୁହୁଡ଼ିରେ ଆଚ୍ଛାଦିତ ଦିଲ୍ଲୀ: କମୁନି ବାୟୁ ପ୍ରଦୂଷଣ

1 min read
Air-Pollution-Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୧୨) : ଆସିଲାଣି ଶୀତ। ଶନିବାର ସକାଳୁ ଘନ କୁହୁଡ଼ିରେ ରାଜଧାନୀ ଦିଲ୍ଲୀ ଆଚ୍ଛାଦିତ ହୋଇଛି। ହେଲେ ଏବେବି ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣର ମାତ୍ରା। ଶୁକ୍ରବାର ଅପରାହ୍ନ ସୁଦ୍ଧା ଲୋଧି ରୋଡରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୭ ଥିବା ବେଳେ ଏହା ନିମ୍ନମାନର ବୋଲି ବିବେଚନା କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା ବଢି ଯାଇଥିବା ବେଳେ ଏହା ସାଧାରଣ ଜୀବନ ଉପରେ ବେଶ୍‌ ପ୍ରଭାବ ପକାଇଛି। ଏମିତିକି ଗବେଷକଙ୍କ କହିବା କଥା ହେଲା ପ୍ରତିଦିନ ଦିଲ୍ଲୀବାସୀ ଯେତିକି ନିଃଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ତାହା ଦିନକୁ ୬ଟି ସିଗାରେଟର ଧୂଆଁ ସହ ସମାନ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.