ଶୁଭଙ୍କରଙ୍କୁ ହଟାଈ ଦେଲେ ରାହୁଲ
1 min read
ଆଓରି(ଟା୧୬|୪)- ଓଡ଼ିଶା ରାଜ୍ୟ ପ୍ରଦେଶ କଂଗ୍ରେସରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସଚିବ ଶୁଭଙ୍କର ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ କୁମାର ଚୌଧୁରୀ, ପୂର୍ବତନ ବିଧାୟକ ସେଖ୍ ମସ୍ତାନ୍ ଭାଲିଙ୍କୁ ଏଆଇସିସି ଭାବରେ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଏଥିସହିତ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କୁ ମଧ୍ୟ ଓଡ଼ିଶା ଦାୟିତ୍ୱ ଦିଆଯାଇଛି।