ଜାତୀୟ

ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ ଅହମଦ ଲମ୍ବୁ

ଆ.ଓ.ରି(ତା୧|୬)-ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣର ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି। ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଫେରାର ଥିଲା ଅହମ୍ମଦ ଲମ୍ବୁ।

ସିବିଆଇ ଏବଂ ଇଣ୍ଟରପୋଲ୍ ଲମ୍ବୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ। ଏହାସହ ଆତଙ୍କବାଦୀ ଲମ୍ବୁ ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶୀ। ବହୁ ମାରଣାସ୍ତ୍ର ବେଆଇନ ଭାବେ ଚାଲାଣ କରିଥିବା ଅଭିଯୋଗ ମଧ୍ୟ ଲମ୍ବୁ ନାଁରେ ରହିଛିା ମାର୍ଚ୍ଚ ୧୨ ତାରିଖ ୧୯୯୩ ମସିହାରେ ମୁମ୍ବାଇର ୧୨ଟି ଜାଗାରେ ସିରିଏଲ ବ୍ଲାଷ୍ଟ ହୋଇଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button