ରାଜ୍ୟ

ଏଗ୍ରିବିକାଶ-୨୦୧୮ ଓଡିଶାର କୃଷି କ୍ଷେତ୍ରରେ ବଡ ସଫଳତା ଆଣିପାରିବ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୯/୬): ଦୁଇଦିନ ଧରି ହେବାକୁ ଥିବା କୃଷିବିକାଶ / ଏଗ୍ରିବିକାଶ ଯୋଜନା ଭୁବନେଶ୍ଵରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଠାରେ  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର  ସିଂହ ଶେଖାୱତ ଏବଂ କେନ୍ଦ୍ର ସୂକ୍ଷ୍ମ-ଲଘୁ-ମଧ୍ୟମ ଉଦ୍ୟମ ରାଜ୍ୟ ମନ୍ତ୍ରୀ ଶ୍ରୀ ଗିରିଜା ସିଂହଙ୍କ ଉପସ୍ଥିତି ରେ ଉଦ୍ଦଘାଟିତ ହୋଇଯାଇଛି |

ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ବ୍ୟକ୍ତ କରିଛନ୍ତି ଯେ “ସେ ଓଡିଶାର ସବୁ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ସେ ଗର୍ବିତ କାରଣ ସେମାନେ ଓଡିଶାର କୃଷିପ୍ରଥାକୁ ବଜାୟ ରଖିଛନ୍ତି | କୃଷକ ମାନଙ୍କର କୃଷି କ୍ଷେତ୍ରରେ ନୂତନ କୌଶଳର ଅଭାବ ଥିବାରୁ ସେମାନଙ୍କର କଠିନ ପରିଶ୍ରମର ମୂଲ୍ୟ ମିଳିପାରୁନାହିଁ | ମୁଁ ନିଶ୍ଚିନ୍ତ ଯେ ଆମର କୃଷକମାନେ ଏହି କାର୍ଯ୍ୟକ୍ରମରୁ ନୂତନ ଅଗ୍ରୀମ ଅଭିନବ ଚାଷର କୌଶଳ ବିଷୟରେ ଅବଗତ ହୋଇପାରିବେ | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵାସ କରନ୍ତି ଯେ ଓଡିଶାର କୃଷକ କୃଷି କ୍ଷେତ୍ରରେ ଭାରତର ଶୀର୍ଷ ସ୍ଥାନରେ ପହଞ୍ଚିବା ସହିତ ନିଜର ଆୟକୁ ଦୁଇଗୁଣ କରିପାରିବା ଭଳି ନିଜର କ୍ଷମତା ରଖିଛନ୍ତି |”

ଅନୁଗୁଳ ଜିଲ୍ଲାର ଏକ ମହିଳା ବୀଣାପାଣି ରାଉତ ଆଧୁନିକ କୌଶଳକୁ ନିଜର ଅସ୍ତ୍ର କରି ଓଡିଶା ଏବଂ ଭାରତ ପାଇଁ ଏକ ପ୍ରେରଣା ବନିଯାଇଛନ୍ତି | ବୀଣାପାଣି ମଙ୍ଗଳପ୍ରୟୋଜନ ସରକାରୀ ସମିତି ମାଧ୍ୟମରେ ଅନୁଗୁଳ ଜିଲ୍ଲାର ଅନେକ ମହିଳା କୃଷକଙ୍କ ଜୀବନକୁ ବଦଳାଇ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଦେଶ ବ୍ୟାପୀ କୃଷକମାନଙ୍କ ସହିତ ଯୋଗାଯୋଗ କରୁଥିବା ସମୟରେ ସେ ନିଜର ଏହି ଅଭିଜ୍ଞତା ବ୍ୟକ୍ତ କରିଥିଲେ |

କୃଷି ବିକାଶ/ଏଗ୍ରି ବିକାଶ-୨୦୧୮ ର ମୂଳ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ଓ ତାହାର ସଠିକ କୌଶଳ ବ୍ୟବହାର କରିବା ଏବଂ ଏହିପରି ଛୋଟ ଛୋଟ ପଦକ୍ଷପ ଓଡିଶାର କୃଷି କ୍ଷେତ୍ରରେ ଏକ ବଡ ସଫଳତା ଆଣିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button