ଅପରାଧ

ଥମୁନି ବଳାତ୍କାର ମାମଲା

ଆଓରି(ତା୧|୫)-ନୟାଗଡରେ ଜଣେ ପୀଡିତା ଆତ୍ମହତ୍ୟା କରିବା ର କିଛି ସମୟ ନ ପୁରୁଣୁ ଅନ୍ୟ ଜଣେ ନାବାଳିକାରୁ ଶୌଚ ସମୟରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ନୟାଗଡ ଜିଲା ନୂଆଗାଁର ଜଣେ ବଳାତ୍କାର ପୀଡିତା ଲୋକ ଲଜ୍ୟା ଭୟରେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୬ ମାସ ତଳେ ସେ ଏହି ଘୁଣ୍ୟ କାର୍ଯ୍ୟର ଶିକାର ହୋଇଥିଲେ । ଏହାପରେ ଗର୍ଭବତୀ ହୋଇଥିବା ସୂଚନା ମିଳିଛି  । ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ମାତ୍ର ଲୋକ ଲଜ୍ୟା ଭୟରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରଛନ୍ତି । ତାଙ୍କ ମୃତ ଦେହ ନିକଟରୁ ଏକ ବିଷ ବୋତଲ ଉଦ୍ଧାର କରାଯାଇଛି ।

ସେହପରି ରାଜସୁନାଖଳା ଅଞ୍ଚଳରେ ଜଣେ ନାବାଳିକା ଶୌଚ ପାଇଁ ଯାଇଥିବା ସମୟରେ , ଜଣେ ଯୁବକ ନାବାଳିକାକୁ କାଜୁ ଜଙ୍ଗଲ ଭିତରକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ  ହୋଇଛି । ୧୬୪ ଧାରା ଅନୁସାରେ ପୀଡିତାଙ୍କ ବୟାନ ରେକର୍ଡ  କରାଯାଇଛି । ଏବେ ରଣପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button