ରାଜ୍ୟ

୬ରୁ ପୁଣି ବଢ଼ିବ ତାତି

ଆ.ଓ.ରି(ତା୩|୫)-

କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଛି। ଏହା ଦ୍ୱାରା ଲୋକେ ଆଶ୍ୱସ୍ତ ହୋଇଛନ୍ତି। କେବଳ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ବାକି ସବୁ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ କମିଛି।

ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି।  ବର୍ଷା ପବନ ଯୋଗୁଁ ୫ ତାରିଖ ଯାଏଁ ସାରା ରାଜ୍ୟରେ ତାପମାତ୍ରା କମ୍ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।


 

Related Articles

Leave a Reply

Your email address will not be published. Required fields are marked *

Back to top button