May 19, 2024

ପୁନର୍ବାର ଜୀବନ ହାରିଲେ ସୁବର୍ଣ୍ଣପୁରର ଜଣେ ଚାଷୀ

1 min read
Farmer-Suicide-Aajira-Odisha

ଆଓରି-ଭୁବନେଶ୍ଵର(୨୪/୧୧) : ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବଲାରଙ୍ଗା ଗାଁର ରାମଚନ୍ଦ୍ର ସେଠୀ ନାମକ ଜଣେ ଚାଷୀ ଚକଡାଜନିତ ଫସଲ ନଷ୍ଟ ଯୋଗୁଁ ଗତକାଲି କିଟନାଶକ ପିଇ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ରାମଚନ୍ଦ୍ର ୪ ଏକର ଜମିରେ ସେ ଚାଷ କରିଥିଲେ । ହେଲେ ଚକଡା ଯୋଗୁ ତାଙ୍କର ଫସଲ ନଷ୍ଟ ହୋଇଯାଇଛି । ଋଣ କରି କରି ଚାଷ କରିଥିବା ଯୋଗୁ ରାମଚନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

ଗତ ୧୮ତାରିଖରେ ପଟାଙ୍ଗୀ ଅନ୍ତର୍ଗତ ମାଳିଗୁଡାରେ ଲୋକନାଥ ପାଙ୍ଗୀ ନାମକ ଜଣେ ଚାଷୀ ଜୀବନ ହାରିଥିଲେ । ବ୍ୟାଙ୍କ ଋଣ ଓ ହାତ ଉଧାରୀ ଋଣ କରି ଲୋକନାଥ ଅଦା ଚାଷ କରିଥିଲେ । ମାତ୍ର ଫସଲ ନଷ୍ଟ ଯୋଗୁ ମାନସିକ ଭାରସାମ୍ୟ ହରାଇଥିଲେ ଲୋକନାଥ । ତେଣୁ ବିଷ ପିଇ ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ପଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.