ରାଜନୀତି

ଏଚ. ନାଗେଶଙ୍କ ପରେ ପୁନର୍ବାର ଇସ୍ତଫା ଦେଲେ ୨୧ କଂଗ୍ରେସ ମନ୍ତ୍ରୀ

ଆଓରି-ନୂଆଦିଲ୍ଲୀ(୦୮/୦୭) : କର୍ଣ୍ଣାଟକ ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନେ ସୋମବାର ଇସ୍ତଫା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସ୍ଵାଧୀନ ବିଧାୟକ ଏଚ. ନାଗେଶଙ୍କ ଇସ୍ତଫା ପରେ କଂଗ୍ରେସର ୨୧ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫାପତ୍ର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁ ରାଓଙ୍କ ନିକଟରେ ଦାଖଲ କରିଛନ୍ତି।

ଅନ୍ୟପଟେ ଇସ୍ତଫା ଦେବା ପରେ ସ୍ଵାଧୀନ ବିଧାୟକ ଏଚ. ନାଗେଶ ବିମାନ ଯୋଗେ ମୁମ୍ବାଇ ଚାଲିଯାଇଛନ୍ତି। ତେବେ ବିଜେପି କ୍ୟାମ୍ପରେ ରହିଥିବା ୧୦ ବିଧାୟକଙ୍କ ମଧ୍ୟରୁ ସୋମବାର ସନ୍ଧ୍ୟା ସୁଦ୍ଧା ଅତିକମରେ ୬ରୁ ୭ ବିଧାୟକ ଫେରିଆସିବେ ବୋଲି କର୍ଣ୍ଣାଟକ ମନ୍ତ୍ରୀ ଜମିର ଅହମ୍ମଦ ଖାନ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button