ଜାତୀୟରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍‍ରଫ୍‍ ଘନି

ଆଓରି-ନୂଆଦିଲ୍ଲୀ(୧୯/୯) : ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଭାରତର ସମର୍ଥନ ଜାରି ରହିବ। ଆଫଗାନିସ୍ତାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ହିଂସାକୁ ଭାରତ ଦୃଢ଼ ନିନ୍ଦା କରୁଛି ଏବଂ ଏହା ସେଠାରେ ମାନବ ସମ୍ବଳର ବ୍ୟାପକ କ୍ଷତି ଘଟାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍‍ରଫ୍‍ ଘନିଙ୍କ ସହ ଆଲୋଚନା ସମୟରେ, ତାହାର ନିରାପତ୍ତା ଓ ସାର୍ବଭୌମତ୍ୱ ପ୍ରତି ଭାରତର ବଚନବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି। ଆଫଗାନୀସ୍ତାନକୁ ଏକ ଐକ୍ୟବଦ୍ଧ, ଶାନ୍ତିପୂର୍ଣ୍ଣ, ସାମୂହିକ ତଥା ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଗଢ଼ିତୋଳିବା ନେଇ ଭାରତର ସହାୟତା ତାହାକୁ ଅର୍ଥନୈତିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଦେଶଭାବେ ମୁଣ୍ଡ ଟେକିବାରେ ସହାୟତା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ନେତୃତ୍ୱରେ, ଆଫଗାନିସ୍ତାନ ଦ୍ୱାରା ପରିଚାଳିତ ତଥା ଆଫଗାନିସ୍ତାନ ପାଇଁ ଏକ ଶାନ୍ତି ଓ ବୁଝାମଣା ପ୍ରକ୍ରିୟା ପ୍ରତି ଭାରତର ସମର୍ଥନକୁ ଦୋହରାଇଛନ୍ତି। ଭାରତ- ଆଫଗାନିସ୍ତାନ ଭାଗିଦାରୀ ସମ୍ପର୍କର ବିଭିନ୍ନ ଦିଗକୁ ଦୁଇ ନେତା ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତି ଘାନି ଆଫଗାନୀସ୍ତାନରେ ଶାନ୍ତି ଓ ବୁଝାମଣାକୁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି। ଆଫଗାନୀସ୍ତାନ ସମ୍ମୁଖୀନ ହେଉଥିବା ଆତଙ୍କବାଦ ଓ ଉଗ୍ରବାଦ ବିଷୟରେ ମଧ୍ୟ ସେ ଶ୍ରୀ ମୋଦିଙ୍କୁ ଜଣାଇଛନ୍ତି। ଶ୍ରୀ ଘାନି ଦିନିକିଆ ଭାରତ ଗସ୍ତରେ ଆସିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button