ସ୍ୱାସ୍ଥ୍ୟ

ମନ୍ଦାର ଫୁଲ ର ଉପକାରୀତା

ଆ.ଓ.ରି(ତା୧୮|୫)-

ଏହା ସାଧାରଣତଃ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳେ । ଏହା ମୁଖ୍ୟତଃ ହିନ୍ଦୁ ଦେବଦେବୀମାନଙ୍କର ପୁଜାରେ ଲାଗିଥାଏ । ଏହା ସବୁ ଋତୁରେ ଫୁଟିଥାଏ। ଏହି ଗଛ ସାଧାରଣତଃ ଝଙ୍କାଳିଆ ହୋଇଥାଏ । ଏହାର ପତ୍ର ଗୁଡିକ ଅଳ୍ପ କଟାକଟା ହୋଇଥାଏ। ଏହି ଗଛ ବହୁତ ବର୍ଷ ବଞ୍ଚିଥାଏ । ଏହା ମୁଖ୍ୟତଃ ପୂର୍ବ ଏସିଆରେ ମିଳିଥାଏ । ଏହି ଫୁଲରେ ଔଷଧୀୟ ଗୁଣ ଥାଏ । ମନ୍ଦାର ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ମଧ୍ୟ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ କୁଞ୍ଚୁ-କୁଞ୍ଚିଆ। ଫୁଲ ଗୁଡ଼ିକ ଗୋଟିକିଆ ହୋଇ ଫୁଟେ। ଏହାର କଢି ସକାଳୁ ଟିକେ ଟିକେ ଖୋଲିବାକୁ ଆରମ୍ଭ କରେ ଓ ବାୟୁମଣ୍ଡଳର ତାପମାତ୍ରା ବଢିବା ସହିତ ଏହା ପୂରା ଖୋଲି ଯାଏ।

*ଔଷଧୀୟ ଗୁଣ*

ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ।

ଥଣ୍ଡା ସର୍ଦ୍ଦିରେ (ମୂଳର ଅର୍କ)

ମୃଦୁ ବିରେଚକ (ପତ୍ର)

ଦରଜ ଦୂରକାରୀ

ଆନ୍ତରିକ ଓ ବାହ୍ୟ କ୍ଷତ ଭଲକରେ (ଫୁଲ)।

ଖାଦ୍ୟନଳୀର ରୋଗ ଦୂରକରେ (ଫୁଲ)।

ଦେହର ତାପମାତ୍ରାକୁ କମାଏ।

ପ୍ରମେହ, ପ୍ରଦର ଆଦି ଦୂର କରେ (କଢ଼)।

Related Articles

Leave a Reply

Your email address will not be published. Required fields are marked *

Back to top button