ସ୍ୱାସ୍ଥ୍ୟ

ସଜନା ଛୁଇଁର ଉପକାରିତା

ଆଓରି(ତା୩୦|୪)-

ଅମୃତଭଣ୍ଡା, ପୋଟଳ, କଂଚା କଦଳୀ ଓ ବିଲାତି ବାଇଗଣ ପରି ସଜନା ଛୁଇଁ ଏକ ମୂଲ୍ୟବାନ ପରିବା । ଏଥିରେ ରହିଛି ପ୍ରଚୁର ପରିମାଣର ଭିଟାମିନ୍ – ଯାହାକି ହୃତ୍ପିଣ୍ଡ ଓ ଆଖିର ସୁରକ୍ଷା କରେ । ଏହା ବ୍ୟତୀତ ଏଥିରୁ କ୍ୟାଲସିୟମ, ଲୌହ, ଭିଟାମିନ୍-ସି , ରିବୋଫ୍ଲାବିନ୍ , କରୋଟିନ୍ ଆଦି ତତ୍ୱ ମିଳିଥାଏ । ଏହା ରୋଗୀ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ସଜନା ଛୁଇଁ ମଧୁର, କଷାୟ ରସଯୁକ୍ତ, କଫ, ପିତ, କୁଷ୍ଠଓ ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ ।

ଏହାର ଔଷଧୀୟ ଗୁଣ;

. ସଜନା ପତ୍ର ଶାଗ ଖାଇଲେ ବା ରସ ପାନ କଲେ ରକ୍ତ ଚାପ ନିବାରିତ ହୁଏ ।

. ଅର୍ଦ୍ଧ ଆଉନସ୍ ଓଜନର ସଜନା ଛାଲି ସହିତ ୨୧ଟି ଗୋଲମରିଚ ବାଟି ପିଇଲେ ଗର୍ଭ ରହେ ନାହିଁ ।

.ସଜନା ପତ୍ରକୁ ଗାଈ ମୂତ୍ରରେ ବାଟି ଯାଦୁରେ ଲଗାଇଲେ ଧାଦୁ ଭଲ ହୋଇଯାଏ ।

. ସଜନା ଛେଲିକୁ ବାଟି କିମ୍ବା ସଜନା ଅଠାରେ ଚିନି ମିଶାଇ ବଥ , ବାର ମୂଳିଆ, କାସ, ଗୋଲି ଏବଂ ଯାଦୁରେ ଲଗାଇଲେ ତାହା ବଲ ହୋଇଯାଏ ।

. ସଜନା ଗଛ ଛାଲି ରସରେ ଲୁଣ ମିଶାଇ ଦିନକୁ ୩ ଥର ଭାତୁଡି ଉପରେ ଲଗାଇଲେ ତାହା ଭଲ ହୋଇଯାଏ ।

. ସଜନା ପତ୍ର ରସରେ ଲୁଣ ମିଶାଇ ଶୁଙ୍ଘିଲେ ଉହାଜ୍ୱର ଛାଡିଯାଏ ।

. ସଜନା ପତ୍ର ରସରେ ଲୁଣ ମିଶାଇ ଲଗାଇଲେ ଯାଦୁ , ଚମଦଳା, କନ୍ଦା ପ୍ରଭୃତି ଭଲ ହୋଇଯାଏ ।

. ସଜନା ଗଛ ମୂଳ ଛାଲିକୁ ବାଟି ସେଥିରେ ଅଳ୍ପ ଲୁଣ ମିଶାଇ ଶିଶୁମାନଙ୍କ ମୁଣ୍ଡରେ ହୋଇଥିବା ବଡ ଘା’ ଲଗାଇଲେ ତାହା ଶୀଘ୍ର ଭଲ ହୋଇଯାଏ ।

. ସଜାନ ଛେଲି ସୋରିଷ ତେଲ ସହିତ ଏକତ୍ର ବାଟି ସେବନ କରିବେ । ତା ପରେ ଗରମ ପାଣି ପିଇଲେ ପେଟର ବାୟୁ, ଅଜୀର୍ଣ୍ଣ, ଅଗ୍ନମାନ୍ଧ୍ୟ, ଗୁଳ୍ମ, କୃମି, ମେଦ ବୃଦ୍ଧି ଆଦି ରୋଗ ଭଲ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button