ଜାତୀୟ

ବିନା ଆଧାର କାର୍ଡରେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ନାମ ଲେଖା ଯାଇପାରିବ ; ୟୁଆଇଡିଏଆଇ

ଆଓରି-ନୂଆଦିଲ୍ଲୀ(୬/୯) : ଆଧାର ନ ଥିଲେ ମଧ୍ୟ ସ୍କୁଲରେ ଛାତ୍ରୀଛାତ୍ରଙ୍କ ନାମ ଲେଖା ଯାଇପାରିବ। ଏନେଇ ୟୁନିକ୍‌ ଆଇଟେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ  ସୂଚନା ଦିଆଯାଇଛି। କୌଣସି ସ୍କୁଲ ଏପରି କରି ନାମ ଲେଖାଇବାକୁ ମନା କରିପାରିବେ ନାହିଁ। କେତେକ ସ୍କୁଲରେ ଏପରି କରାଯାଉଥିବା ଘଟଣା ଘଟିବା ପରେ  ୟୁଆଇଡିଏଆଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶର ସମସ୍ତ ରାଜ୍ୟ ସଚିବଙ୍କୁ ଏନେଇ ଆବଶ୍ୟକ ସର୍କୁଲାର ମଧ୍ୟ ଜାରି କରାଯାଇଛି। ପିଲାଙ୍କୁ ସେମାନଙ୍କ ମୌଳିକ ଅଧିକାର ଦେବାରେ କୌଣସି ବାଧା ସୃଷ୍ଟି ହେବା କଥା ନୁହେଁ । ଏହା ଆଇନ ଅନୁଯାୟୀ ଦଣ୍ଡନୀୟ। ଏନେଇ ସ୍କୁଲ ପରିସରରେ ଆଧାର କ୍ୟାମ୍ପ୍‌ ଆୟୋଜନ କରାଯିବାର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିବା ଆବଶ୍ୟକ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button