ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପାଇଲେ ଆଦିତ୍ୟ ପ୍ରସାଦ ପାଢୀ
1 min read
ଆଓରି-ଭୁବନେଶ୍ଵର(୧୪/୦୮) : ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପାଢୀଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏବେ ଉନ୍ନୟନ କମିସନର ଅଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅସିତ । ଅସିତ କେବିକେ କମିସନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି ।
୧୯୮୩ ବ୍ୟାଚର ଆଇଏଏଏସ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ ୨୦୧୫ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିଲେ। ନିର୍ବାଚନ ଆୟୁକ୍ତ ଭାବେ ଶ୍ରୀ ପାଢୀ ମାତ୍ର ୬ ମାସ କାର୍ଯ୍ୟ କରିବେ। ସେ ୨୦୨୦ ଫେବୃଆରୀ ମାସରେ ଅବସର ଗ୍ରହଣ କରିବେ। ସେ ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ରହିଥିଲେ। ଆଦିତ୍ୟ ପ୍ରଦାସ ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଖୁବଶୀଘ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଦିଆଯିବ ବୋଲି ଆଶା କରାଯାଉଛି।