ଅପରାଧ

ଆଇପିଏଲ୍‌ରେ ଜୁଆ କାରବାର ଅଭିଯୋଗ: ବଲିଉଡ ଅଭିନେତା ଅରବାଜ ଖାନଙ୍କୁ ପୋଲିସର ସମନ

ଆ.ଓ.ରି(ତା୧|୬)-ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ଆସନ୍ତାକାଲି ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି। ଆସନ୍ତାକାଲି ଅରବାଜଙ୍କ ବୟାନ ରେକର୍ଡ ହେବ।

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସାନ ଭାଇ ହେଉଛନ୍ତି ଅରବାଜ ଖାନ। ନିକଟରେ ଶେଷ ହୋଇଥିବା ଆଇପିଏଲର ବିଭିନ୍ନ ମ୍ୟାଚରେ ଅରବାଜ ଖାନ୍ ବୁକିଙ୍କୁ ଅର୍ଥ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋବା ପରେ ଅରବାଜଙ୍କୁ ସମନ କରିଛି ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ।  ଆଇପିଏରେ ବେଟିଂ ନେଇ ବୁକି ସୋନୁ ଜଲାନଙ୍କୁ ଜେରା କରିବା ପରେ ଅରବାଜଙ୍କ ନାଁ ତଦନ୍ତ ଘେରକୁ ଆସିଥିବା ଜଣାପଡ଼ିଛି। ଆଇପିଏଲ୍‌ରେ ବେଟିଂ କରୁଥିବା ସୋନୁର ବାର୍ଷିକ କାରବାର ଶହେ କୋଟିରୁ ଅଧିକ ଥିବା ସୂଚନା ମିଳିଛି। ଆଇପିଏଲରେ ଅର୍ଥ କାରବାର ଅଭିଯୋଗରେ ସୋନୁ ସମେତ ୩ ଜଣ ବୁକିଙ୍କୁ ଗିରଫ କରିଛି ଠାଣେ ପୋଲିସ।

 

Related Articles

Leave a Reply

Your email address will not be published. Required fields are marked *

Back to top button