ଜାତୀୟ

ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଏସିପି

ଆଓରି-ନୂଆଦିଲ୍ଲୀ(୨୯/୧୧) : ଦେଶରେ ଗତ କିଛି ମାସ ମଧ୍ୟରେ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଏସିପି ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏସିପି ପ୍ରେମ ବଲ୍ଲଭଙ୍କ ମୃତ ଦେହ ମୁଖ୍ୟାଳୟ ମୁଖ୍ୟ ପ୍ରବେଶ ଦ୍ୱାରାଠାରେ ପଡ଼ିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେ କହିଁକି ଏଭଳି ପଦକ୍ଷେପ ଗ୍ରହଣକଲେ ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ। ଏନେଇ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ମେ ୧୧ରେ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେସାଲିଷ୍ଟ୍‌ ଆଇପିଏସ୍‌ ହିମାଂଶୁ  ରାୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ସେହିପରି ମେ ୨୯ରେ ଉତ୍ତରପ୍ରଦେଶ ଏଟିଏସ୍‌ରେ କାର୍ଯ୍ୟରତ ପିପିଏସ୍‌ ଅଧିକାରୀ ରାଜେଶ ସାହାଣୀ  ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button