ଜାତୀୟରାଜନୀତି

ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ସମେତ ୩ ପଦରେ ବିଜୟ ଲାଭ କଲା ଏବିଭିପି

ଆଓରି-ନୂଆଦିଲ୍ଲୀ(୧୩/୦୯) : ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସୟୁ) ୨୦୧୯ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ବିଜେପି ସମର୍ଥିତ ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ପଦରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ସମର୍ଥିତ ଭାରତ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ମାତ୍ର ଗୋଟିଏ ସମ୍ପାଦକ ପଦରେ ବିଜୟୀ ହୋଇଛି।

ସୂଚନା ଅନୁସାରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗୁରୁବାର ମତଦାନ ହୋଇଥିଲା। ୧.୩ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯.୯୦% ଛାତ୍ରଛାତ୍ରୀ ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫% କମ ମତଦାନ ହୋଇଛି। ଗତ ନିର୍ବାଚନରେ ଏବିଭିପି ୪ରୁ ୩ ଆସନ ଓ ଏନଏସୟୁଆଇ ଗୋଟିଏ ଆସନରେ ବିଜୟୀ ହୋଇଛି। ମତଦାନ ଶୁକ୍ରବାର ସକାଳ ସାଢେ ୮ଟାଠାରୁ ଆରମ୍ଭ ହୋଇଥିଲା। ଡିୟୁଏସୟୁ ନିର୍ବାଚନରେ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଓ ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ପ୍ରାର୍ଥୀ ଥିଲେ। ବିଶେଷ କରି ଆରଏସଏସ ଏବଂ ବିଜେପି ସମର୍ଥିତ ଏବିଭିପି ଏବଂ କଂଗ୍ରେସ ସମର୍ଥିତ ଏନଏସୟୁଆଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଅଧ୍ୟକ୍ଷ ପଦରେ ଏନଏସୟୁଆଇ ପ୍ରାର୍ଥୀ ଚେତନା ତ୍ୟାଗୀଙ୍କୁ ହରାଇ ଏବିଭିପି ପ୍ରାର୍ଥୀ ଅକ୍ଷିତ ଦାହିୟା ବିଜୟୀ ହୋଇଛନ୍ତି। ସେହିପରି ଏବିଭିପିର ପ୍ରଦୀପ ତମ୍ବର ଉପାଧ୍ୟକ୍ଷ ଏବଂ ଶିବାଂଗୀ ଖେରୱାଲ ଯୁଗ୍ମ ସଚିବ ପଦରେ ବିଜୟୀ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button