ମନୋରଞ୍ଜନ

ପରଦାରେ ଏକାଠି ହେବେ ଅଭିଷେକ ଜନ୍‌ ଆବ୍ରାହମ୍‌

ଆଓରି-ନୂଆଦିଲ୍ଲୀ(୨୭/୮) : ବଲିଉଡ୍‌ ଷ୍ଟାର ଜୁନିୟର ବଚ୍ଚନ ଅଭିଷେକ ଓ ମାଚୋମ୍ୟାନ୍‌ ଜନ୍‌ ଆବ୍ରାହମ୍‌ ଏକାଠି ବଡ ପରଦାରେ ଦେଖିବାକୁ ମିଳିବେ। ଅନିସ ବଜମୀଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଏହି ଦୁଇ ଯୋଡି କାମ କରିବେ ବୋଲି ଜଣାପଡିଛି। ଏଥିପାଇଁ ପ୍ରଥମେ ଅନିଲ କପୁର ଓ ଅଜୟ ଦେବଗନଙ୍କୁ ବଛାଯାଇଥିବା ବେଳେ ପରେ କିନ୍ତୁ କୌଣସି କାରଣରୁ ଏମାନେ ଫିଲ୍ମରେ କାମ କରିବେ ନାହିଁ ବୋଲି ଜଣାପଡିଥିଲା। ଏହାପରେ ଏଥିରେ ଜନ୍‌ ଓ ଅଭିଷେକଙ୍କ ଯୋଡି ନଜର ଆସିବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ’ସାଢେ ସାତି’ ନାମକ ଏହି ଫିଲ୍ମ ଚଳିତ ବର୍ଷ ଶେଷ ଆଡକୁ ଶୁଟିଂ କରାଯିବାର ଯୋଜନା ରହିଛି। ହେଲେ ଏହା ଭିତରେ ଫିଲ୍ମର ନାଁକୁ ବଦଳାଇ ଦିଆଯାଇଥିବା କହିଛନ୍ତି ନିର୍ମାତା ନିର୍ଦ୍ଦେଶକ। କୁମାର ମଙ୍ଗତଙ୍କ ପ୍ରଯୋଜିତ ଏହି ଫିଲ୍ମର ନାଁ ରହିଛି ‘ପାଗଲପନ୍ତି’। ଏହା ଏକ ମଲ୍ଟି ଷ୍ଟାରକାଷ୍ଟର ଫିଲ୍ମ ହୋଇଥିବା ବେଳେ ଦୀର୍ଘ ୭ ବର୍ଷ ଧରି ଜଣେ ବ୍ୟକ୍ତି କିପରି ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button