March 25, 2023

ନୂଆ ଲୁକ୍‌ ସହିତ ଯୁଦ୍ଧ ବିମାନ ଉଡ଼ାଇଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

1 min read
Wing-Commander-Abhinandan-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୯) : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ସୋମବାର ବାୟୁସେନା ମୁଖ୍ୟ ବି.ଏସ. ଧନୱାଙ୍କ ସହିତ ମିଶି ଏକ ମିଗ୍‌-୨୧ ଯୁଦ୍ଧ ବିମାନକୁ ଉଡ଼ାଇଛନ୍ତି। ଦୁଇ ବୀର ପଠାନକୋଟ ବିମାନଘାଟିରୁ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ତେବେ ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। ସେ ତାଙ୍କ ଷ୍ଟାଇଲିଶ୍‌ ନିଶ କାଟିଦେଇ ସାଧାରଣ ଭାବେ ନିଶ ରଖିଥିବା ଦେଖାଯାଇଥିଲା।

ଅଭିନନ୍ଦନ ଗତ ଫେବୃୟାରୀ ୨୭ରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଧନୱା ମଧ୍ୟ ୧୯୯୯ କାରର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନର ସପ୍ଲାଇ ଡମ୍ପ ନଷ୍ଟ କରିଦେଇଥିଲେ, ଯାହା ଭାରତ ପାଇଁ ଯୁଦ୍ଧରେ ବିଜୟୀ ହେବା ଲାଗି ବଡ଼ ସୁଯୋଗ ଦେଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.