March 25, 2023

ପୁଣିଥରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାହୁଲ ରୟ

1 min read
Rahul-Roy-Aajira-Odisha

ଆଓରି-ନୂଆଦିଲ୍ଲୀ(୨୦/୦୭) : ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆଶିକି’ ଜରିଆରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଅଭିନେତା ରାହୁଲ ରୟ। କିନ୍ତୁ ଏହାପରେ ତାଙ୍କ ଯାଦୁ ଆଉ କାମ କରି ନଥିଲା ଓ ସେ ବଲିଉଡ଼ରୁ କିଛି ସମୟ ପାଇଁ ଗାୟବ ହୋଇଯାଇଥିଲେ। ତେବେ ଖୁବ୍‌ଶୀଘ୍ର ରାହୁଲ ପୁଣିଥରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବୋଲି ଖବର ମିଳିଛି।

ସୂଚନା ଅନୁସାରେ, କନୁ ବହଲଙ୍କ ନିର୍ଦେ୍ଦଶିତ ଚଳଚ୍ଚିତ୍ର ‘ଆଗରା’ ଜରିଆରେ ରାହୁଲ ବଲିଉଡ଼କୁ ପୁଣିଥରେ ଫେରିବେ। ଏହାର ଶୁଟିଂ ଆଗ୍ରାରେ ଆରମ୍ଭ ହୋଇଯାଇଛି। ଟ୍ରେଡ଼ ଏକ୍ସପର୍ଟ ତରଣ ଆଦର୍ଶ ଟ୍ଵିଟ୍ କରି ଚଳଚ୍ଚିତ୍ରର ଶୁଟିଂ ସେଟ୍‌ରୁ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ‘ଆଗରା’ ଆସନ୍ତା ବର୍ଷ ପରଦାକୁ ଆସିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.