ରାଜ୍ୟ

ଭୁବନେଶ୍ଵର ଆଦିବାସୀ ମେଳା: ପରମ୍ପରା ଓ ଆଧୁନିକତାର ମହାମିଳନ

ଭୁବନେଶ୍ବର (ଓ।ରି) ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୧୮ ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଗତ ୨୬ ଜାନୁୟାରୀ ଠୁ ଆରମ୍ଭ ହୋଇ ୯ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ| ମେଳା ପରିସରକୁ ଛଅଟି ବିଭାଗରେ ବିଭକ୍ତ କରାଯାଇଛିା ସେଗୁଡ଼ିକ ହେଲା: ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ଷ୍ଟଲ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ ପ୍ରାଙ୍ଗଣା ପ୍ରତ୍ୟେକ ବିଭାଗ ନିଜ ନିଜ ପ୍ରଦର୍ଶନ ଦ୍ୱାରା ଦର୍ଶକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରୁଛନ୍ତିା ଆଦିବାସୀ ମେଳାରେ ନିର୍ମାଣ କରାଯାଇଥିବା ଆଦିବାସୀ ଗ୍ରାମରେ ପ୍ରଦର୍ଶିତ ହୋଇଥିବା ଜନଜାତିମାନଙ୍କର ଜୀବନଯାପନ ଶୈଳୀ, ସାମାଜିକ ଚଳଣି, ପର୍ବପର୍ବାଣି, ପରମ୍ପରା, ଧାର୍ମିକ ଉତ୍ସବ, ପୂଜାସ୍ଥଳ, କୃଷି ପ୍ରଣାଳୀ ଆଦି ବିଷୟସମ୍ବଳିତ ମଡେ଼ଲକୁ ଦେଖବା ପାଇଁ ଦର୍ଶକମାନଙ୍କର ଭିଡ଼ ଜମିଛିା ଆଦିବାସୀ ହାଟରେ ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟା ହେଉଛିା

ଆଦିବାସୀ ହାଟର ୩୧ଟି ପିଣ୍ଡିରେ ଜନଜାତି ଗୋଷ୍ଠୀର ମହିଳା ଉଦ୍ୟୋଗୀମାନେ ଝୁଣା, ହଳଦୀ, କାନ୍ଦୁଲ, ବିରି, ମୁଗ, କୋଳଥ, ମାଣ୍ଡିଆ, ସିକାକାଇ, ବାଜରା ଆଦି ବିକ୍ରିବଟା କରୁଛନ୍ତିା ଏହା ଛଡ଼ା ଟି.ଡି.ସି.ସି., ଟ୍ରାଇଫେଡ଼୍, ମହିଳା ବିକାଶ ସମବାୟ ନିଗମ, ଓଡ଼ିଶା ବନ ଉନ୍ନୟନ ନିଗମ ଭଳି ବିଭିନ୍ନ ଅର୍ଦ୍ଧ ସରକାରୀ ଅନୁଷ୍ଠାନ, ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରୁଛନ୍ତିା  ଆଦିବାସୀ ମେଳାରେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛିା 

Related Articles

Leave a Reply

Your email address will not be published. Required fields are marked *

Back to top button