୨୪ ଘଣ୍ଟାରେ ନୂଆ ୧ ଲକ୍ଷ ୨୭ ହଜାର ପଜିଟିଭ ଚିହ୍ନଟ
1 min read
ଆଓରି-ନୂଆଦିଲ୍ଲୀ(୦୧/୦୬) :ଦେଶରେ କରୋନା କୋପ କମିବାରେ ଲାଗିଛି। ତେବେ ଆଜି କରୋନା ସଂକ୍ରମଣ ୧ ଲକ୍ଷ ୩୦ ହଜାରରୁ କମ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨ ଲକ୍ଷ ୫୫ ହଜାର ୨୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ୨ ହଜାର ୭୯୫ ଜଣଙ୍କର ମୃତ୍ୟୁ ହୋଇଛି | ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିର ବିଷୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୨୭,୫୧୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |