ରାଜ୍ୟ

ମାଲକାନଗିରି ପୋଲିସ ନିକଟରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ

ଆଓରି-ଭୁବନେଶ୍ଵର(୦୩/୧୨) : ମାଲକାନଗିରି ପୋଲିସ ନିକଟରେ ଜଣେ ହାର୍ଡକୋର ମହିଳା ମାଓବାଦୀ ସୋମବାର ଆତ୍ମ ସମର୍ପଣ କରିଛନ୍ତି। ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବା  ବେଳେ ପୋଲିସ ନିକଟରେ ଏହି କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟକା ଲାଗିଛି। ଏହି ମାଓବାଦୀ ଜଣକ ମାଲକାନଗିରି ଜିଲାର ସିପିଆଇ ମାଓବାଦୀ ପଡିଆ ଦଲମର ସଦସ୍ୟ ବୋଲି ଜଣାପଡିଛି। ସିପିଆଇ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ଏସ୍‌ପି ଜଗମୋହନ ମୀନା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button