ବ୍ୟକ୍ତିତ୍ଵରାଜ୍ୟ

ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ରାମ ମାଧବଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଆ.ଓ.ରି(ତା୩୦|୫)-ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର ବରିଷ୍ଠ ନେତା ରାମ ମାଧବ।

ନିକଟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ମାଆଙ୍କ ପରଲୋକ ହୋଇଯାଇଛି। ନିଜ ମାଆଙ୍କ ଦଶାହକ୍ରିୟା ସାରି ଓଡ଼ିଶା ଆସି ଏଭଳି ଏକ ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କ ସହ ସାମିଲ ହୋଇଥିବାରୁ ରାମ ମାଧବଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ସେହିପରି  ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ଆମେରିକା ରାଷ୍ଟ୍ରଦୂତ ଶୋକ ପ୍ରକାଶ କରିଛନ୍ତି। ଆମେରିକାର ପକ୍ଷରୁ କେନିଥ୍ ଆଇ. ଜଷ୍ଟର ବଂଶୀଧର ପଣ୍ଡାଙ୍କ ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟକୁ ଶୋକବାର୍ତ୍ତା ପଠାଇ କହିଛନ୍ତି, ଓଡ଼ିଶାର ଉନ୍ନତି ପାଇଁ ସ୍ୱର୍ଗତ ପଣ୍ଡାଙ୍କ ଅବଦାନ ଅତୁଳନୀୟ। ତାଙ୍କର ଏହି ଶୋକବାର୍ତ୍ତା ପାଇଁ ଟ୍ୱିଟ୍ ଯୋଗେ ପରିବାର ପକ୍ଷରୁ ଆମେରିକାର ରାଷ୍ଟ୍ରଦୂତଙ୍କୁ କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା। ଏହା ସହିତ ଶିଳ୍ପ କ୍ଷେତ୍ରକୁ ଆସିବା ପୂର୍ବରୁ ସ୍ୱର୍ଗତ ବଂଶୀଧର ପଣ୍ଡା ଆମେରିକାରେ ପାଠ ପଢ଼ିବା ସହିତ ବୈଜ୍ଞାନିକ ଭାବେ କାମ କରିଥିବା ସେ ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button