ବାଣିଜ୍ୟ

ଟ୍ରେନରେ A/C ଟିକେଟ ହେବ ମହଙ୍ଗା

ଆଓରି-ନୂଆଦିଲ୍ଲୀ(୧୬/୭) : ଟ୍ରେନ୍‌ର ଏସି ବଗିରେ ଯାତ୍ରା କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ବେଡ୍‌ରୋଲ୍‌ ଶୁଳ୍କ ପରିମାଣ ବଢ଼ାଇବା ଉପରେ ରେଳବାଇ ବିଚାର କରୁଛି। ଯଦି ଏହା ଲାଗୁ ହେବ ତେବେ ଏସିରେ ଟ୍ରେନ୍‌ ଯାତ୍ରା ମହଙ୍ଗା ହେବ। ବିଗତ ୧୨ ବର୍ଷ ହେଲାଣି ବେଡ୍‌ରୋଲ୍‌ ଶୁଳ୍କରେ ସଂଶୋଧନ କରାଯାଇନଥିବାରୁ ନିକଟରେ ସିଏଜି ପକ୍ଷରୁ ରେଳବାଇକୁ ଭର୍ତ୍ସନା କରାଯାଇଥିଲା। ବେଡ୍‌ରୋଲ୍‌ର ଖର୍ଚକୁ ଟିକଟ ମୂଲ୍ୟରେ ସାମିଲ କରିବାକୁ ସିଏଜି ସୁପାରିସ କରିଥିଲେ। ଏହାକୁ ରେଳବାଇ ଗମ୍ଭୀରତାର ସହିତ ଗ୍ରହଣ କରିଛି। ରେଳବାଇ ପକ୍ଷରୁ ସବୁ ଏସି ବଗି ପାଇଁ ବେଡ୍‌ରୋଲ୍‌ ପ୍ରଦାନ କରାଯାଉଛି। ଏହାର ମୂଲ୍ୟ ୨୫ ଟଙ୍କା ପାଖାପାଖି ରହିଛି। ଏହାକୁ ଟିକଟ ମୂଲ୍ୟରେ ସାମିଲ କରାଯାଇଛି। ଗରିବ ରଥ ଓ ଦୂରନ୍ତ ଟ୍ରେନ୍‌ ପାଇଁ ଏହି ଶୁଳ୍କ ଲାଗୁ କରାଯାଉନାହିଁ। ଆସନ୍ତା ୬ ମାସ ଭିତରେ ଏହି ଦୁଇ ପ୍ରକାର ଟ୍ରେନ୍‌ ସମେତ ସବୁ ଏସି ବଗି ପାଇଁ ବେଡ୍‌ରୋଲ୍‌ ଶୁଳ୍କକୁ ଟିକଟ ଦରରେ ସାମିଲ୍‌ କରିବା ବିଷୟରେ ରେଳବାଇ ଚିନ୍ତା କରୁଛି। ବେଡ୍‌ରୋଲ୍‌ ଆକାରରେ ଯାତ୍ରୀମାନଙ୍କୁ ଦୁଇଟି ବେଡ୍‌ସିଟ୍‌, ମୁହଁ ପାଇଁ ଏକ ଟାେଓ୍ଵଲ୍‌, ଏକ ତକିଆ ସହିତ କଭର୍‌ ଓ ଏକ କମ୍ବଳ ପ୍ରଦାନ କରାଯାଇଥାଏ। ଏହି ସବୁ ସାମଗ୍ରୀ ସଂଗ୍ରହ କରି ତାହାକୁ ପରିଚାଳନା କରିବାରେ ଅଧିକ ଖର୍ଚ ହେଉଛି। କିନ୍ତୁ ଯେହେତୁ ରେଳବାଇ ପକ୍ଷରୁ ବେଡ୍‌ରୋଲ୍‌ ଶୁଳ୍କ ସଂଶୋଧନ କରାଯାଇନାହିଁ, ତେଣୁ ଯାତ୍ରୀଙ୍କଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇପାରୁନାହିଁ। ଶେଷ ଥର ପାଇଁ ୨୦୦୬ ଅକ୍ଟୋବରରେ ବେଡ୍‌ରୋଲ୍‌ ମୂଲ୍ୟରେ ସଂଶୋଧନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button