ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି ; ଅମିତ ଶାହ
1 min read
ଆଓରି-ନୂଆଦିଲ୍ଲୀ(୧୬/୦୭) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍ ହୋଇଛନ୍ତି। ଏନେଇ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଲୋକ ସଭାରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଆତଙ୍କବାଦ ଉପରେ ସରକାର ଶୂନ୍ୟ ସହନଶୀଳ ନୀତି(ଜିରୋ ଟୋଲୋରାନ୍ସ୍ ପଲିସି) ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ସଫଳତା ମିଳିଥିବା ଶାହ ସୂଚନା ଦେଇଛନ୍ତି।