ଆନ୍ତର୍ଜାତୀୟ

ବିମାନ ଦୁର୍ଘଟଣାରେ ୮୫ ଯାତ୍ରୀ ଆହତ

ଆଓରି-ବ୍ୟୁରୋ(୧/୮) : ମେକ୍ସିକୋର ଦୁରାଙ୍ଗୋରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୮୫ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି। ଏଏମ୍‌-୨୪୩୧ ବିମାନ ଗୁଡ଼ାଲପେ ଭିକ୍ଟୋରିଆ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ମେକ୍ସିକୋ ସିଟିକୁ ଉଡ଼ାଣ କରୁଥିଲା। ଉଡ଼ାଣ ଆରମ୍ଭ କରିବାର ୧୫ ମିନିଟ ପରେ ଖରାପ ପାଗଯୋଗୁ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନରେ କୁଆପଥର ମାଡ଼ ହେବାରୁ ଏପରି ହୋଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ଏଥିରେ ୯୭ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button