ଅପରାଧ

ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ପାଇଁ ୮୫ ଲକ୍ଷ ଟଙ୍କା ଜୋରିମାନା

ଆଓରି(ତା୨୨|୪)-ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଜଣେ ଇଞ୍ଜିନିୟରଙ୍କୁ ୮୫ ଲକ୍ଷ ଟଙ୍କା ଜୋରିମାନା ସହିତ ୧୦ ବର୍ଷ ଜେଲ୍‍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦେୟ ସେ ଅଧିକ ୪ ବର୍ଷ ଜେଲ ଦଣ୍ଡ ଭୋଗିବେ। ମୁୁମ୍ବଇ ପିଡବ୍ଲ୍ୟୁଡି ବିଭାଗର ଜଣେ ସେକ୍‍ସନ୍‍ ଇଞ୍ଜିନିୟର ଅଶୋକ କେଶବ ରାଓ ମୁଣ୍ଡେଙ୍କ କ୍ଷେତ୍ରରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି। ଦୁର୍ନୀତି ନିବାରଣ ଆଇନ୍‍ ଅଧୀନରେ ଏହା ଆଜି ପର୍ଯ୍ୟନ୍ତ ସବୁଠାରୁ କଠୋର ଦଣ୍ଡବିଧାନ ବୋଲି କୁହାଯାଉଛି। ଉକ୍ତ ଆଇନରେ ସର୍ବାଧିକ ଓ ସର୍ବନିମ୍ନ ଜେଲ୍‍ ଦଣ୍ଡ ବିଷୟରେ ଉଲ୍ଲେଖ ଥିଲେ ମଧ୍ୟ ଜୋରିମାନା ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ। ବିଲ୍‍ ବାବଦ ଦେୟ ପାଇଁ ୨୦୧୬, ମେ’ ୪ ତାରିଖରେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button