ରାଜ୍ୟ

୮୨ କୋଟି ଟଙ୍କା ବିନିମୟରେ ଆୟୋଜିତ ହୋଇଥିଲା ହକି ବିଶ୍ଵକପ

ଆଓରି-ଭୁବନେଶ୍ଵର(୨୩/୧୨) : ହକି ବିଶ୍ୱକପ ପାଇଁ ଭଣ୍ଡାର ଖୋଲି ଦେଇଥିଲେ ରାଜ୍ୟ ସରକାର । ହକିର ଆୟୋଜନ କରିଥିଲେ ସତ, ମାତ୍ର ଦଳୀୟ ପ୍ରଚାର ଆଳରେ ଏହା ଆୟୋଜନ କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଥିଲା । ହକି ବିଶ୍ୱକପ ପାଇଁ ବଲିଉଡ ତାରକାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଆଉ ସମସ୍ତଙ୍କ ମୁହଁରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ତେବେ ହକି ବିଶ୍ୱକପ ପାଇଁ କେତେ ଖର୍ଚ୍ଚ ହୋଇଥିଲା, ତାହା ଜଣାପଡିନଥିଲା । ଏବେ ଏହାର ପେଡି ଖୋଲିଛନ୍ତି ବିଶାଲ ଦେବ ।

୮୨ କୋଟି ଟଙ୍କା ବିନିମୟରେ ଆୟୋଜିତ ହେଲା ପୁରୁଷ ହକି ବିଶ୍ୱକପ ୨୦୧୮ ।  ଏନେଇ ନାଲକୋ ଓପନ ଟେନିସ ଉଦଘାଟନ ଉତ୍ସବରେ କ୍ରୀଡା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି । ନଭେମ୍ବର ୨୭ରେ ଏକ ହାଇବଜେଟ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ହକି ବିଶ୍ୱକପ ଆରମ୍ଭ ହୋଇଥିଲା । ପ୍ରତିଯୋଗିତାରେ ସାରା ବିଶ୍ୱରୁ ୧୬ଟି ଦେଶ ଭାଗ ନେଇଥିଲେ । ଏଥିପାଇଁ ନବବଧୂ ବେଶରେ ସଜେଇ ହୋଇଥିଲା ଭୁବନେଶ୍ୱର । ମେଗା ଇଭେଣ୍ଟ ପାଇଁ ବଲିଉଡ ତାରକା ଆସି ପହଞ୍ଚିଲେ ଓଡିଶାରେ । ବଲିଉଡ ଧକଧକ ଗର୍ଲ ମାଧୁରୀ ଦୀକ୍ଷିତ, ବଲିଉଡ ବାଦଶାହା ଶାହାରୁଖ ଓ ଓସ୍କାର ବିଜେତା ଏ.ଆର ରହେମାନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି କଟକରେ ମଧ୍ୟ ଏକ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ସଲମାନ୍ ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଇ ନ୍ୟୁଜ ମେକର ସାଜିଥିଲେ । ଏଥିପାଇଁ ରାଜ୍ୟ ସରକାର ହାତ ଖୋଲା ଅର୍ଥ ଖର୍ଚ୍ଚ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button