March 27, 2023

ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ଅନୁଷ୍ଠିତ

1 min read

ଆଓରି-ନୂଆଦିଲ୍ଲୀ(୧୧/୦୮) : ଗତକାଲି ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲ୍‌ରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶ୍ରେଷ୍ଠ ୭ଜଣ ସାମ୍ୱାଦିକ ଏବଂ ଇଂରାଜୀ ଖବର କାଗଜ ଓଡିଶା ପୋଷ୍ଟଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୧୯ ’ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଆଇସିସିଆର ମହାନିର୍ଦେଶକ ତଥା ପୂର୍ବତ୍ତନ ଆର୍ଜେଣ୍ଟିନାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମରେନ୍ଦ୍ର ଖଟୁଆ, ପ୍ରସାର ଭାରତୀର ଚେୟାରମ୍ୟାନ ଏ. ସୂର୍ଯ୍ୟ ପ୍ରକାଶ, ପିଆଇବି ଡିଜି ସିତାଂଶୁ କର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସାଧାରଣତଃ ସାମ୍ବାଦିକ ମାନେ ଅବହେଳିତ ହେଉଥିବାବେଳେ ପଲ୍ଲୀବାଣୀ ମିଶନ ତରଫରୁ ନିଆଯାଇଥିବା ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଓଡ଼ିଶାର ଶ୍ରେଷ୍ଠ ୭ଜଣ ସାମ୍ବାଦିକ ଭାବରେ ନ୍ୟୁଜ୍‌ ସେଭେନ୍‌ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ,ପ୍ରମେୟର ବାର୍ତ୍ତା ସମ୍ପାଦକ ଧିରେନ୍ଦ୍ର ନାରାୟଣ ମିଶ୍ର,ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ସମ୍ୱାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ‘ଧରିତ୍ରୀ’ର ସସ୍ମିତା ରାଉତରାୟ, ସନ୍ଦିପ ସାହୁ, ଚୈତାଲୀ ସୋମ ଏବଂ ସୌଭାଗ୍ୟ ସୁନ୍ଦରରାୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି ।

ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ନାଥ, ପଲ୍ଲୀବାଣୀ ମିଶନର ଉପଦେଷ୍ଟା ଶ୍ରୀ ସଂଗ୍ରାମ ଧର ସମସ୍ତ ଅତିଥି ଓ ଦର୍ଶକ ମାନଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହିତ ନବଜ୍ୟୋତି ଦାସ ଅତିଥି ପରିଚୟ କରିଥିଲେ ଓ ଭବିଷ୍ୟତରେ ମଧ୍ୟ ସାମ୍ବାଦିକ ମାନଙ୍କୁ ଉଚିତ ସମ୍ମାନ ଦେବାଲାଗି ପଲ୍ଲୀବାଣୀ ମିଶନ ତତ୍ପର ରହିବା ବୋଲି ବକ୍ତବ୍ୟ ରଖିଥିଲେ। ସଂସ୍ଥା ତରଫରୁ ରମେଶ ଲେଙ୍କା, ଦେବରାଜ ମହାନ୍ତି, ଜିତେନ୍ଦ୍ର ତ୍ରିପାଠୀ, ଅବିନାଶ ଶତପଥି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପ୍ରମୁଖଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ପଲ୍ଲୀବାଣୀ ମିଶନର ଏହି ସ୍ୱତନ୍ତ୍ର ପଦକ୍ଷେପକୁ ସମସ୍ତ ଅତିଥି, ବିଜେତା ସାମ୍ବାଦିକ ଏବଂ ଦର୍ଶକ ମାନେ ବହୁ ପ୍ରସଂଶା କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.