March 15, 2023

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି ଜାମ୍ମୁ କାଶ୍ମୀରରେ ଅକ୍ଟୋବର ୩୧ରୁ ଲାଗୁହେବ ୭ମ ବେତନ କମିଶନ

1 min read
7th Pay Commission's will be implemented from October 31 in Jammu and Kashmir and Ladakh

ଆଓରି-ନୂଆଦିଲ୍ଲୀ(୨୩/୧୦) : ଜାମ୍ମୁ-କାଶ୍ମୀର ଓ ଲଦାଖର ସରକାରୀ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ଭତ୍ତା ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଆସନ୍ତା ୩୧ ତାରିଖରୁ ୨ଟିଯାକ କେନ୍ଦ୍ର ଶାସିତ ଅଞ୍ଚଳ ଏହା କାର୍ଯ୍ୟକ୍ଷମ ହେବ। ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଉଚ୍ଛେଦ କରାଯାଇ ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ସପ୍ତମ ବେତନ କମିଶନଙ୍କ ଭତ୍ତା ଲାଗୁ କରାଯିବା ଦ୍ୱାରା ସେହି ଅଞ୍ଚଳର ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପିଲାମାନଙ୍କର ଶିକ୍ଷା ବାବଦ ଭତ୍ତା, ଛାତ୍ରାବାସ ଭତ୍ତା, ଗସ୍ତ ଭତ୍ତା, ଏଲ୍‍.ଟି.ସି. ଓ ଚିକିତ୍ସା ଭତ୍ତା ଆଦି ବାବଦରେ ବର୍ଷକୁ ୪ହଜାର ୮ଶହ କୋଟି ଟଙ୍କା ସରକାରଙ୍କୁ ବହନ କରିବାକୁ ପଡିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.