୭୦ ଆଇଏସ୍ ଆତଙ୍କବାଦୀ ଗିରଫ
1 min read
ଆଓରି(ତା୧୫|୪)- ତୁର୍କୀ ପୋଲିସ ୭୦ଜଣ ଇସଲାମିକ୍ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ଦେଶର କେନ୍ଦ୍ରୀୟ ଆନାତୋଲିଆନ୍ ପ୍ରଦେଶର ଇସକିଶେହର୍ ଅଞ୍ଚଳରେ ଜାରି ରହିଥିବା ସର୍ଚ୍ଚ ଅପରେଶନ ସମୟରେ ଏହି ସଫଳତା ମିଳିଛି। ପୂର୍ବରୁ ଇସ୍ତାନବୁଲ୍ ଅଞ୍ଚଳରୁ ୫୧ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ଇତିମଧ୍ୟରେ ୩ ଶହ ସାଧାରଣ ଲୋକଙ୍କର ଆଇଏସ୍ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି।