ଜାତୀୟ

ଅମ୍ବାଲା-ଚଣ୍ଡିଗଡ ଜାତୀୟ ରାଜପଥରେ ଦୁର୍ଘଟଣା ; ୭ ମୃତ ୪ ଆହତ

ହରିୟାଣା ଅମ୍ବାଲା-ଚଣ୍ଡିଗଡ ଜାତୀୟ ରାଜପଥରେ ଶନିବାର ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘନ କୁହୁଡି ଯୋଗୁଁ ଏହିଭଳି ଏକ ଦୁର୍ଘଟଣା ଘଟିଛି ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡି ଚଣ୍ଡିଗଡରୁ ବୃନ୍ଦାବନ ଯାତ୍ରା କରୁଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅମ୍ବାଲା ଜାତୀୟ ରାଜପଥରେ ରହିଥିଲେ । ହଠାତ ପଛପଟୁ ଅନ୍ୟଏକ ଗାଡି ଧକ୍କା ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ବସିନ୍ଧା ମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସ କୁ ଖବର ଦେଇଥିଲେ। ଏହାପରେ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ୭ଜଣଙ୍କୁ ମୃତ ଘୋଷିତ କରିଥିଲା। ମୃତକଙ୍କ ମଧ୍ୟରୁ ୩ଜଣ ଶିଶୁ ମଧ୍ୟ ଥିଲେ। ଏହି ଘଟଣାରେ ପୁଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button