ଜାତୀୟ

୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ଆଓରି(ତା୧୪|୪)- ଜଣେ ଅଭିଯୁକ୍ତଙ୍କୁ ଜାମିନ କରାଇଦେବା ଲାଗି ଜନୈକ ବିଚାରପତି ଲାଞ୍ଚ ନେବା ମହଙ୍ଗା ପଡିଛି। ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ସେସନ୍‌ ବିଚାରପତି ଏସ୍‌.ରାଧାକୃଷ୍ଣ ମୂର୍ତ୍ତି ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅବସରରେ ଗିରଫ ହୋଇଛନ୍ତି। ତାଙ୍କ ସହ ଅନ୍ୟ ଦୁଇ ଓକିଲ ସହଯୋଗୀ କେ. ଶ୍ରୀନିବାସ ରାଓ ଏବଂ ଜି. ସତୀଶ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ତେଲେଙ୍ଗାନାର ଆଣ୍ଟି କର୍‌ପସନ ବ୍ୟୁରୋ(ଏସିବି) ପିସି ଧାରା ୧୯୮୮ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ମୂର୍ତ୍ତି ନିଜ ପଦବୀର ଦୁରୁପଯୋଗ କରୁଥିବା ନେଇ ଓକିଲ ଟି. ଶ୍ରୀରଙ୍ଗା ରାଓ ଅଭିଯୋଗ କରିଥିଲେ। ଜଣେ ଏମ୍‌ଟେକ୍‌ ଛାତ୍ରଙ୍କୁ ଜାମିନ କରାଇଦେବା ନିମନ୍ତେ ୭.୫ ଲକ୍ଷ ଟଙ୍କା ଦାବି କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଏଥିନିମନ୍ତେ ହାଇଦ୍ରାବାଦ ହାଇକୋର୍ଟ ଏସିବିକୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଛାନ୍‌ଭିନ ପରେ ଏହା ସତ୍ୟ ପ୍ରମାଣିତ ହୋଇଛି। ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଛାତ୍ରଙ୍କ ପରିବାର ପକ୍ଷରୁ ଟଙ୍କା ଦିଆଯାଇଥିଲା। ଫଳରେ ଗତ ୧ ନଭେମ୍ବର ୨୦୧୭ରେ ତାଙ୍କୁ ମୂର୍ତ୍ତି ଜାମିନ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button