ରାଜ୍ୟ

ରାଜ୍ୟର ୬୧ଟି ମନ୍ଦିରର ଆକାଉଣ୍ଟ ଅଡିଟ୍ ହେବ

ଆଓରି-ଭୁବନେଶ୍ୱର(୨୬/୦୯): ରାଜ୍ୟର ୬୧ଟି ମନ୍ଦିରର ଆକାଉଣ୍ଟ ଅଡିଟ୍‌ ହେବ ବୋଲି ଗୁରୁବାର ସୂଚନା ମିଳିଛି। ଆକାଉଣ୍ଟ ଅଡିଟ ତାଲିକାରେ ରାଜ୍ୟର ବହୁ ପୁରାତନ ମନ୍ଦିର ସାମିଲ ରହିଛି। ଲିଙ୍ଗରାଜ ମନ୍ଦିର ଆକାଉଣ୍ଟ ସହିତ ୟୁନିଟ୍‌ ୩ସ୍ଥିତ  ଶ୍ରୀରାମ ମନ୍ଦିରର ଆକାଉଣ୍ଟ ଅଡିଟ୍‌ ହେବ ବୋଲି ଜଣାପଡ଼ିଛି।

ସେହିପରି କେନ୍ଦ୍ରାପଡ଼ା ଶ୍ରୀବଳଦେବଜିଉ ମନ୍ଦିରର ଆକାଉଣ୍ଟକୁ ବି ଅଡିଟ କରାଯିବ। ଓଡ଼ିଶା ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ କରାଯିବ। ଅଡିଟ ପାଇଁ ଅଡିଟରଙ୍କୁ ମନୋନୀତ କରାଯିବ। ଶ୍ରୀଲିଙ୍ଗରାଜ ଓ ଶ୍ରୀବଳଦେବଜିଉ ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ କଟକର ୬ଟି ମନ୍ଦିରର ଆକାଉଣ୍ଟକୁ ଅଡିଟ କରାଯିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button