ଜିଲ୍ଲା

ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ

ଆଓରି-ଭୁବନେଶ୍ଵର(୨୦/୧୦) : ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଉତ୍ତରା ସିଫା ଛକ  ନିକଟରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏକ ବାଇକରେ ଜଣେ ମହିଳା ଓ ପୁରୁଷ ଯାଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା । ଏହାପରେ କାରଟି ରାସ୍ତା ପାର୍ଶ୍ୱରେ ପାଣି ଭିତରକୁ ଖସି ପଡିଥିଲା । କାରରେ ଜଣେ ପୁରୁଷଙ୍କ ସହ ୩ ଜଣ ମହିଳା ଥିବା ସୂଚନା ମିଳିଛି । ୨ ବାଇକ ଆରୋହୀଙ୍କ ସହ ପାଣି ଭିତରେ ପଡି କାରରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣା ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button