ରାଜ୍ୟ

ରେଳ ବଜେଟରେ ଓଡ଼ିଶାକୁ ୫୨୫୨ କୋଟି

ନୂଆଦିଲ୍ଲୀ ୭-୨ (ଆ.ଓ.ରି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରେଳବାଇ କ୍ଷେତ୍ରରେ ୬୫୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ପାଇଁ ଦାବି ରଖିଥିଲେ | କେନ୍ଦ୍ର ସରକାର ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟରେ ଓଡ଼ିଶା ପାଇଁ ଗତବର୍ଷ ତୁଳନାରେ ମାତ୍ର ୨.୯% ଅଧିକ ଅର୍ଥ ଓଡ଼ିଶାକୁ ୫୨୫୨ କୋଟି ଟଙ୍କା ବରାଦ କରିଛନ୍ତି। ରେଳ ମନ୍ତ୍ରାଳୟ ଜଣାଇଛି ଯେ ଓଡ଼ିଶାରେ ୩୬ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ପାଖାପାଖି ୪୭୫୦ କିଲୋମିଟର ରେଳପଥ ବିକାଶ ପାଇଁ ୪୩ ହଜାର ୭୫୧ କୋଟି ବ୍ୟୟ କରାଯାଉଛି। ୨୦୧୭-୧୮ ବର୍ଷରେ ରାଜ୍ୟ ସରକାର ୫୮୭୦ କୋଟି ଟଙ୍କା ଦାବି ରଖିଥିବା ବେଳେ କେନ୍ଦ୍ର ୫୧୦୨ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଓଡ଼ିଶାକୁ ବ୍ୟୟବରାଦ ସଂପର୍କରେ ଆଜି ପୂର୍ବତଟ ରେଳପଥ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଉଲ୍ଲେଖନୀୟ କଥା ହେଲା, ଗତବର୍ଷ ୫୧୦୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଆଜି ରେଳବାଇ କର୍ତ୍ତୃପକ୍ଷ ହିସାବ ଦେବା ବେଳେ ସୂଚାଇଛନ୍ତି ଯେ ଏ ଅର୍ଥ ସମୁଦାୟ ଖର୍ଚ୍ଚ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାରେ ରେଳବାଇ ସମର୍ଥ ହୋଇଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ବଢି ବଢି ସର୍ବାଧିକ ୩୫୦୦ କୋଟି ଟଙ୍କାକୁ ଛୁଇଁପାରେ। ଅର୍ଥାତ୍‌ ଓଡ଼ିଶା ପାଇଁ ହେଉଥିବା ବ୍ୟୟ ବରାଦ ସୂଚାଉଛି, ବର୍ଷକୁ ବର୍ଷ ଅନୁଦାନ ବଢୁଛି|

Related Articles

Leave a Reply

Your email address will not be published. Required fields are marked *

Back to top button