ପ୍ରବାସୀ ଓଡିଆରାଜ୍ୟ

ଦିଲ୍ଲୀ ସାରସ୍ଵତ ସଂଘରେ ଚତୁର୍ଥ ରକ୍ତଦାନ ଶିବିର ଅନୁଷ୍ଠିତ

ଆଓରି-ନୂଆଦିଲ୍ଲୀ(୧୮/୧୧) : ଦିଲ୍ଲୀ ସାରସ୍ଵତ ସଂଘ ତରଫରୁ ରେଡ କ୍ରସ ସୋସାଇଟୀର ସହାୟତାରେ ରବିବାର ଚତୁର୍ଥ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସଂଘ ସମ୍ପାଦକ ଶ୍ରୀ ସଂଗ୍ରାମ ଧରଙ୍କ ନିର୍ଦେଶନାରେ ଦିଲ୍ଲୀ ସଂଘ ପରିସରରେ ଅନୁଷ୍ଠିତ ହୋଇଛି | ଦିଲ୍ଲୀ ସଂଘର ସଭ୍ୟମାନଙ୍କ ସହିତ ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ଏହି ରକ୍ତଦାନ ଶିବିର ସଫଳ କରିଥିଲେ| ଏହି କାର୍ଯ୍ୟକ୍ରମରେ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |
ସଦଗୁରୁ ନିଗମାନନ୍ଦ ପରମହଂସ ଦେବଙ୍କ ଲକ୍ଷ “ଶିବ ଜ୍ଞାନେ ଜୀବ ସେବା” ପୂରଣ ନିମନ୍ତେ ନୀଳାଚଳ ସାରସ୍ଵତ ସଂଘର ଶାଖା ଦିଲ୍ଲୀ ସାରସ୍ଵତ ସଂଘ ପ୍ରତି ବର୍ଷ ନଭେମ୍ବର ମାସରେ ଏହି ପରି ରକ୍ତଦାନ ଶିବିର ଅନୁଷ୍ଠିତ ହୁଏ |

Related Articles

Leave a Reply

Your email address will not be published. Required fields are marked *

Back to top button