ଇଣ୍ଡୋନେସିଆ ସୁନାମି ଜନିତ ମୃତ୍ୟୁସଂଖ୍ୟା ୪୩୦ ପହଞ୍ଚିଲା
1 min read
ଆଓରି-ନୂଆଦିଲ୍ଲୀ(୨୬/୧୨) : ଇଣ୍ଡୋନେସିଆରେ ସୁନାମି ବିପର୍ଯ୍ୟୟଜନିତ ଭୟଙ୍କର କ୍ଷୟକ୍ଷତି ଏବେ ସାମ୍ନାକୁ ଆସିଛି। ପୀଡ଼ିତଙ୍କ ପାଇଁ ସରକାର ସ୍ଥାପନ କରିଥିବା ବିଭିନ୍ନ ଶିବିରରେ ଏବେ ୧୦,୦୦୦ରୁ ଊର୍ଦ୍ଧ୍ଵ ଲୋକ ରହିଥିବା ବେଳେ ୨,୦୦୦ ଆହତଙ୍କ ଚିକିତ୍ସା ଚାଲିଛି। ଆଜି ସୁନାମି ଜନିତ ମୃତ୍ୟୁସଂଖ୍ୟା ୪୩୦ରେ ପହଞ୍ଚିଛି ଏବଂ ୧୨୮ ଜଣ ନିଖୋଜ ଥିବା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୁତୁପୋ ପୁର୍ବୋ କହିଛନ୍ତି।