ଜାତୀୟ

ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ

ଆଓରି(ତା୨୨|୪)– ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ରାଜ୍ୟର ଗଡ଼ଚିରୋଲି ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ଏଥିରେ କିଛି ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ମହାରାଷ୍ଟ୍ର ପୋଲିସ୍‌ ଓ C 60 କମାଣ୍ଡରଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ହୋଇଥିଲା। ଦିନ ୧୧ଟା ବେଳେ ଏହି ଏନ୍‌କାଉଣ୍ଟର ହୋଇଥିବା ଖବର ମିଳିଛି। ତେବେ ଘଟଣା ପରେ ସମସ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ସହ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି।

ବର୍ତ୍ତମାନ କେନ୍ଦୁପତ୍ର ତୋଳିବା ସିଜନ ଚାଲିଛି। ଏହି ସମୟରେ ଗଡ଼ଚିରୋଲି ଜଙ୍ଗଲରେ କେନ୍ଦୁପତ୍ର ଠିକାଦାରମାନଙ୍କଠାରୁ ବଟି ଆଦାୟ ପାଇଁ ମାଓବାଦୀମାନେ ଏଠାକୁ ଆସିଥାନ୍ତି। ତେବେ ଆଜି ମାଓ ଗିତିବିଧି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button