April 25, 2024

ଲସିପୋରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିଚାଳନା ; ୪ ଆତଙ୍କବାଦୀ ମୃତ

1 min read

ଆଓରି-ନୂଆଦିଲ୍ଲୀ(୦୭/୦୬) : ଜମ୍ମୁ କଶ୍ମୀରର ପୁଲୱାମାର ଲସିପୋରାରେ ଗୁରୁବାରଠାରୁ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିଚାଳନା ଜାରି ରହିଛି ।  ତେବେ ଆଜି ସକାଳେ ଲସିପୋରା ନିକଟସ୍ଥ ଜଙ୍ଗଳରେ ସୁରକ୍ଷାବାହିନୀଙ୍କ ଗୁଳିମାଡରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । କେନ୍ଦ୍ରୀୟ ରିଜର୍ଭ ପୋଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ କଶ୍ମୀରର ସ୍ପେଶାଲ ଅପରେଶନ ଗୃପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଛି ।

ସୁରକ୍ଷବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୁଚନା ମିଳିଥିଲା ଯେ, ଲସିପୋରା ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଖବରପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଂଚିଥିଲେ । ନିଜକୁ ଜାରିଆଡୁ ଘେରାଯାଉଥିବା ଦେଖି ଆତଙ୍କବାଦୀମାନେ ଗୁଳି  ଚାଳନା କରିଥିଲେ । ପ୍ରତିଉତ୍ତରରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ ।  ଏହି ଗୁଳି ଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହ ବିପୁଳ ପରିମାଣର ବାରୁଦ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.