ଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ଅଗଷ୍ଟ ୨୯(ଆଜିର ଓଡ଼ିଶା): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗତକାଲି ଖେଳାଳି ଓ ପ୍ରଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ପାରା ଆଥଲେଟ୍‌ ଭାବେ ଦେବେନ୍ଦ୍ର ଝାଝରିଆ ଓ ହକି ଖେଳାଳି ସର୍ଦାର ସିଂହଙ୍କୁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ  ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରା ଉପସ୍ଥିତ ନ ଥିଲେ । ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳୁଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି  ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଥିଲେ ।  ଓଡିଶାରୁ ବ୍ରଜଭୂଷଣ ମହାନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାରପୁରସ୍କାର ପ୍ରଦାନ କରାଯାଇଛି |

ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିମାନେ ହେଲେଭି.ଜେ ସୁରେଖା (ତୀରନ୍ଦାଜୀ), ଖୁସବିର କୌର ଓ ଆରୋକିଆ ରାଜୀବ (ଆଥଲେଟିକ), ପ୍ରଶାନ୍ତି ସିଂହ (ବାସ୍କେଟବଲ), ଦେବେନ୍ଦ୍ର ସିଂହ (ବକ୍ସିଂ), ହରମନ୍‌ପ୍ରୀତ କୌର (କ୍ରିକେଟ୍‌), ଏସ୍‌ଏସ୍‌ପି ଚୌରାସିଆ (ଗଲ୍‌ଫ), ଏସ୍‌ଭି ସୁନୀଲ (ହକି), ଜସବୀର ସିଂହ (କବାଡ଼ି), ପିଏନ୍‌ ପ୍ରକାଶ (ବନ୍ଧୁକଚାଳନା), ଏ.ଆମଲରାଜ (ଟେବୁଲ ଟେନିସ), ସାକେତ ମାଇନେନି (ଟେନିସ), ସତ୍ୟବ୍ରତ ଖାଡ଼ିୟାନ୍‌ (କୁସ୍ତି), ମାରିୟାପାନ୍‌ ଏବଂ ବରୁଣ ସିଂହ ଭଟି (ପାରା ଆଥଲେଟ୍‌) । ଧ୍ୟାନଚାନ୍ଦ ପୁରସ୍କାର ହାସଲ କରିଥିବା ବ୍ୟକ୍ତିମାନେ ହେଲେ ଭୂପିନ୍ଦର ସିଂହ (ଆଥଲେଟ୍‌), ସୟଦ ସହିଦ ହାକିମ (ଫୁଟବଲ) ଏବଂ ସୁମରାଇ ଟେଟେ (ହକି) । ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିଥିବା କୋଚ୍‌ ମାନେ ହେଲେ ସ୍ୱର୍ଗତ ଆର.ଗାନ୍ଧି (ଆଥଲେଟିକ), ହୀରାନନ୍ଦ କଟାରିଆ (କବାଡ଼ି), ଜିଏସ୍‌ଏସ୍‌ଭି ପ୍ରସାଦ (ବ୍ୟାଡ଼ମିଣ୍ଟନ), ବ୍ରିଜଭୂଷଣ (ବକ୍ସିଂ), ପିଏ ରାଫେଲ୍‌ (ହକି), ସଞ୍ଜୟ ଚକ୍ରବର୍ତ୍ତୀ (ବନ୍ଧୁକଚାଳନା) ଏବଂ ରୋସନ ଲାଲ (କୁସ୍ତି) । ସେହିପରି ସ୍ୱର୍ଗତ ଆର. ଗାନ୍ଧି, ଜିଏସ୍‌ଏସ୍‌ଭି ପ୍ରସାଦ, ବ୍ରଜଭୂଷଣ ମହାନ୍ତି, ପିଆର ରାଫେଲେ, ସଞ୍ଜୟ ଚକ୍ରବର୍ତ୍ତୀ, ରୋଶନ ଲାଲଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ଭୂପିନ୍ଦର ସିଂହ, ସଇଦ ହାକିମ ଓ ସୁମାରାଇ ଟେଟେଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button