୨୫ତମ ନିଖିଳ ଓଡ଼ିଶା ଟେବୁଲ ଚାମ୍ପିୟନଶିପ୍ ଉଦ୍ଯାପିତ
1 min read
କଟକ , ଅଗଷ୍ଟ ୨୯ (ଆଜିର ଓଡ଼ିଶା): ୟଙ୍ଗ ଜେନେରେଶନ ଟେବୁଲ ଟେନିସ ଆସୋସିଏଶନ(ୱାଇଜିଟିଟିଏ) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍ରେ ଚାଲିଥିବା ୨୫ତମ ନିଖିଳ ଓଡ଼ିଶା ଟେବୁଲ ଚାମ୍ପିୟନଶିପ୍ ଉଦ୍ଯାପିତ ହୋଇଯାଇଛି। ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଓଡ଼ିଶା ରାଜ୍ୟ ଟିଟି ଆସୋସିଏଶନ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସଙ୍ଗଠନ ସମ୍ପାଦକ ନିହାର ରଞ୍ଜନ ମିଶ୍ର, ଉପସଭାପତି ଚିତ୍ତରଞ୍ଜନ ମହାନ୍ତି, ୱାଇଜିଟିଟିଏ ସଭାପତି ଗୌରୀ ଚନ୍ଦ୍ର ବୋଷ ପ୍ରମୁଖ ଉପସ୍ଥିତ ଥିଲେ।