ରାଜ୍ୟ

ରାଜନଗର ବନଖଣ୍ଡରେ ଚଳିତବର୍ଷ ୩୦୭ ଡଲଫିନ୍‌

ରାଜନଗର: କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡରେ ଚଳିତବର୍ଷ ୪ଟି ପ୍ରଜାତିର ୩୦୭ ଡଲଫିନ୍‌ ଥିବା ଗଣନାରୁ ଜଣାପଡିଛି । ଏହି ବନଖଣ୍ଡ ପରିସରରେ ଓଡିଶାର ସର୍ବାଧିକ ଡଲଫିନ୍‌ ରହୁଥିବା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ୟ୍ୟ ସୂଚନା ଦେଇଛନ୍ତି । ମୁଖ୍ୟତଃ ଇରାୱାଡି, ବଟଲନୋଜ ଏବଂ ହମ୍ପବ୍ୟାଗର ଦୁଇ ପ୍ରଜାତି ଗୋଲାପୀ ଓ କଳା ରଙ୍ଗର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଦିନକ ମଧ୍ୟରେ ଡଲଫିନ୍‌ ଗଣନା କରାଯାଇଥିଲା। ୯ଟି ଦଳ ଏହି ଗଣନାରେ ସାମିଲ ହୋଇଥିଲେ । ବିଶେଷଜ୍ଞ ଡଃ ଶିବ ପରିଡା ଏବଂ ମୁନତାଜ ଖାଁଙ୍କ ନେତୃତ୍ୱରେ ୬ଟି ଦଳ ସମୁଦ୍ର ମଧ୍ୟରେ ଓ ୩ଟି ଦଳ ବିଭିନ୍ନ ନଦୀରେ ଗଣନା କରିଥିଲେ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଧାମରା ମୁହାଣ, ହୁକିଟୋଲା, ପାରାଦ୍ୱୀପ, କୁଜଙ୍ଗ ଉପକୂଳ, ଭିତରକନିକା, କାଳିଭଞ୍ଜଡିଆ, ଚଞ୍ଜିଗିରିମୁହାଣ, ବରୁଣେଇ ମୁହାଣ, ଜଟାଧାରୀ ମୁହାଣ, କଜଳ ପାଟିଆ, ନଳିତା ପାଟିଆ, ଜମ୍ବୁ, ଖରିନାଶି ଆଦିରେ ଏହି ଗଣନା କରାଯାଇଥିଲା। ୨୦୧୫ରୁ ଏଠାରେ ଡଲଫିନ୍‌ ଗଣନା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button