ଜମ୍ମୁ କଶ୍ମୀର ଅବନ୍ତୀପୁରା ଏନ୍କାଉଣ୍ଟର ; ୩ ଆତଙ୍କବାଦୀ ନିହତ
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ଜମ୍ମୁ କଶ୍ମୀର ଅବନ୍ତୀପୁରା ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କୀଙ୍କ ମଧ୍ୟରେ ପାକିସ୍ତାନୀ ଥିବା ସନ୍ଦେହ କରାଯାଉଛି । ପ୍ରାୟ ୪ ଘଣ୍ଟା ଧରି ଏହି ଏନ୍କାଉଣ୍ଟର ଚାଲିଥିଲା । ସମ୍ପୃକ୍ତ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ସେଠାରେ ଅଭିଯାନ ଆରମ୍ଭ କରିଥିଲା । ସେନା ଅଞ୍ଚଳକୁ ଘେରାଉ କରି ଖାନତଲାସୀ ଚଳାଇଛି ।
ସୂଚନାଯୋଗ୍ୟ ପାକିସ୍ତାନୀ ସେନାର କମାଣ୍ଡୋ ଫୋର୍ସ ବ୍ୟାଟ୍ ଟିମର ଯବାନ ମାନେ ୪୦୦ ମିଟର ଭାରତୀୟ ସୀମାମଧ୍ୟକୁ ପଶିଆସିଥିଲେ । କିନ୍ତୁ ସତର୍କ ଭାରତୀୟ ସେନା ସହ ତାଙ୍କର ଏନକାଉଣ୍ଟର କରିଥିଲା ।