ରାଜ୍ୟ

ଓଡିଶାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର (ଆଓରି)୧୬: ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, କିଟ୍ କିସ୍ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଆମ ଓଡିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ଅବଧି ଗୁରୁବାର ଶେଷ ହେବା ପରେ ସେମାନଙ୍କୁ ନିର୍ବାଚନ ଅଧିକାରୀ ରାଜେଶ ପ୍ରଭାକର ପାଟିଲ ରାଜ୍ୟ ସଭା ସଦସ୍ୟ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରଶାନ୍ତ ଏବଂ ସୌମ୍ୟ ନିଜର ସାର୍ଟିଫିକେଟ୍ଗ୍ରହଣ କରିଛନ୍ତି। ଅଚୁତ୍ୟ ଅନୁପସ୍ଥିତି କାରଣରୁ ସାର୍ଟିଫିକେଟ୍ଗ୍ରହଣ କରିପାରି ନାହାନ୍ତି। ଏପ୍ରିଲ୍ମାସରେ ରାଜ୍ୟରୁ ରାଜ୍ୟ ସଭା ଆସନ ଖାଲି ହେବ। ବିଜେଡି ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ରାଜ୍ୟର ପ୍ରସଙ୍ଗକୁ କେନ୍ଦ୍ର ପାଖରେ ଉପସ୍ଥାପନ କରିବୁ।

Related Articles

Leave a Reply

Your email address will not be published. Required fields are marked *

Back to top button